spot_img

ଆସନ୍ତାକାଲି ପୁଣି ସରକାର ଏବଂ ଚାଷୀଙ୍କ ମଧ୍ୟରେ ବୌଠକ

ନୂଆଦିଲ୍ଲୀ: ହୋଇପାରିଲାନି ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆପୋଷ ବୁଝାମଣା । ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଯାଇଛି। ଅନ୍ୟପଟେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, ଦିର୍ବୁଗଡ଼, ଅଜମେର୍ ପ୍ରଭୃତି ଅଞ୍ଚଳକୁ ଟ୍ରେନ୍ ବାତିଲ କରାଯାଇଛି। ଗତକାଲି କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ଲାଗି ଚାଷୀଙ୍କୁ ଏକ ପ୍ୟାନେଲ ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ ବି ଏଥିରେ ଆନ୍ଦୋଳନକାରୀ ଏକମତ ହୋଇନାହାନ୍ତି। ସମସ୍ତ ଚାଷୀଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି। ଏଥିରେ ସରକାର ଏକମତ ହୋଇଛନ୍ତି। ଆସନ୍ତାକାଲି ପୁଣି ବୈଠକ ବସିବ। ତେଣୁ ଆସନ୍ତାକାଲିର ବୈଠକଟି ଚାଷୀ ଓ ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular