ନୂଆଦିଲ୍ଲୀ: ୯୮ ବର୍ଷ ବୟସରେ ପରଲୋକରେ ଏମ୍ .ଡ଼ି.ଏଚ୍ ମାଲିକ ମହାଶୟ ଧର୍ମପାଲ ଗୁଲାଟି। ସୂଚନା ଅନୁଯାୟୀ ଆଜି ସକାଳ ୫.୨୮ ମିନିଟ୍ ରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିବା ଜଣାପଡିଛି। ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମହାଶୟ ଧର୍ମପାଲ ଗୁଲାଟି ୧୯୨୩ ମସିହାରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ଏମ୍ .ଡ଼ି.ଏଚ୍ କମ୍ପାନୀକୁ ପରିଚୟ ଦେବାରେ ସେ ବହୁତ କଠିନ ପରିଶ୍ରମ କରିଥିଲେ। ଯାହାଆଜି ବିଶ୍ୱ ବଜାରରେ ଏମ୍ .ଡ଼ି.ଏଚ୍ କମ୍ପାନୀ ଖୁବ୍ ପରିଚିତ ହୋଇପାରିଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0