ନୂଆଦିଲ୍ଲୀ: କରୋନା ଟିକା ବିଷୟରେ ଭାରତୀୟ ଅଫ ସ୍ପିନର ହରଭଜନ ସିଂହ ଟ୍ୱିଟ କରି ବିବାଦରେ ଛନ୍ଦି ହୋଇଛନ୍ତି । କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ କରୋନା ବିରୋଧରେ ଲଢିବା ପାଇଁ ଟିକା ଆଶା ଏବେ ବଢିବାରେ ଲାଗିଛି । ତେବେ ଫାଇଜର କମ୍ପାନୀର ଟିକା ପ୍ରାୟ ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି ।
ଏପରି ମୂହୁର୍ତ୍ତରେ ପୂର୍ବତନ ବୋଲର ହରଭଜନ ସିଂହ ଟ୍ୱିଟ କରି ଲେଖିଛନ୍ତିି, ଭାରତୀୟମାନେ ପ୍ରକୃତରେ ଏହି ଟିକା ଆବଶ୍ୟକ କରନ୍ତି କି ନାହିଁ ବୋଲି ହରଭଜନ ପ୍ରଶ୍ନ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ଫାଇଜର ଏବଂ ବାୟୋଟେକ ଭ୍ୟାକ୍ସିନର ସଠିକତା -୯୪ ପ୍ରତିଶତ, ଆଧୁନିକ ଟିକା- ୯୪.୫ ପ୍ରତିଶତ, ଅକ୍ସଫୋର୍ଡ ଟିକା-୯୦ ପ୍ରତିଶତ, ଭାରତୀୟ ସୁସ୍ଥ ହାର ବିନା ଟିକାରେ ୯୩.୬ ପ୍ରତିଶତ । ତେବେ ଆମକୁ ପ୍ରକୃତରେ ଏକ ଟିକା ମଧ୍ୟ ଦରକାର କି? ଏପରି କହି ଚର୍ଚ୍ଚାରେ ଏବେ ହରଭଜନ ସିଂହ ।
PFIZER AND BIOTECH Vaccine:
Accuracy *94%
Moderna Vaccine: Accuracy *94.5%
Oxford Vaccine: Accuracy *90%
Indian Recovery rate (Without Vaccine): 93.6%
Do we seriously need vaccine 🤔🤔— Harbhajan Turbanator (@harbhajan_singh) December 3, 2020



Visitors Today : 0
Total Visitors : 130175
Total Views : 9891622
Visitors Online Now : 0