spot_img

ଭାଇରାଲ ହେଉଛି ଆଦ୍ୟତଙ୍କ ରିସେପ୍ସନ ଭିଡ଼ିଓ

ମୁମ୍ବାଇ : ଭାଇରାଲ ହେଉଛି ଆଦ୍ୟତଙ୍କ ରିସେପ୍ସନ ଭିଡ଼ିଓ । ଆଦିତ୍ୟଙ୍କ ରିସେପ୍ସନରେ ବଲିଉଡ଼ର ଅନେକ ଷ୍ଟାର ଯୋଗ ଦେଇଥିଲେ । ପାର୍ଟିରେ ଭାରତୀ ସିଂହ, ହର୍ଷ ଲିମ୍ବାଚିୟା, ଗୋବିନ୍ଦାଙ୍କ ପୁରା ପରିବାର ସାମିଲ ହୋଇଥିଲେ । ଷ୍ଟାରମାନେ ଆଦିତ୍ୟ ଗାଇଥିବା ଗୀତ ‘ବଦଲେ ମେ ୟୁପି ବିହାର ଲେ ଲେ’ ରେ ଧମାଲ ମଚାଇଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଏହି ଭିଡ଼ିଓରେ ଗୋବିନ୍ଦାଙ୍କ ନାଚକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ଆଦିତ୍ୟଙ୍କ ରିସପ୍ସନରେ ସମସ୍ତେ ନାଚ ଗୀତରେ ମଜଲୁସ ଥିବା ଦେଖିବାକୁ ମିଳିଛି ।

୧୦ ବର୍ଷ ଉଭୟ ଉଭୟଙ୍କୁ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଦିତ୍ୟ ଏବଂ ଶ୍ବେତା ଡିସେମ୍ବର ୧ ରେ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ପରିବାର ଲୋକଙ୍କ ସହିତ ଅଳ୍ପ କିଛି ବନ୍ଧୁ ପରିଜନ ସାମିଲ ହୋଇଥିଲେ । କରୋନା ମହାମାରୀ କାରଣରୁ ଖୁବ କମ ଲୋକ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular