spot_img

ଦୁବାଇରେ ଆକ୍ସନ କରିବେ କିଙ୍ଗଖାନ

ମୁମ୍ବାଇ: ପୁଣି ଆକ୍ସନ ମୁଡ଼ରେ ନଜର ଆସିବେ ବଲିଉଡ଼ର କିଙ୍ଗଖାନ । ଯାହାର ସୁଟିଂ ଦୁବାଇର ଆବୁଧାବିରେ ହେବ ବୋଲି ଜଣାପଡ଼ିଛି । ଶାହାରୁଖ ନିଜର ଅପକମିଙ୍ଗ ଫିଲ୍ମ ପଠାନ ପାଇଁ ଖୁବଶୀଘ୍ର ଦୁବାଇ ଗସ୍ତରେ ଯିବେ । ତାଙ୍କ ସହ ଜନ ଆବ୍ରାହମ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଯିବେ ବୋଲି ଜଣା ପଡ଼ିଛି ।

ଶାହାରୁଖଙ୍କ ସହ ହେବାକୁ ଥିବା ଏହି ଆକ୍ସନ ସିନକୁ ନେଇ ଅଧିକ ପରିଶ୍ରମ ମଧ୍ୟ କରୁଛନ୍ତି ଫିଲ୍ମର ପୁରା କ୍ରୁ ମେମ୍ବର । କେବଳ ସେତିକି ନୁହେଁ ବିଗ୍ ବଜେଟରେ ତିଆରି ଏହି ଫିଲ୍ମକୁ ବିଭିନ୍ନ ଲୋକେସନରେ ମଧ୍ୟ ଶୁଟ୍ କରିବାକୁ ଯୋଜନା ରହିଛି ଦୁଇ ବର୍ଷପରେ ଶାହାରୁଖ ପରାଦାକୁ ଫେରିଥିବା ନେଇ ତାଙ୍କ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମଟି ୨୦୨୧ରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular