ନୂଆଦିଲ୍ଲୀ: ଦିଲ୍ଲୀର ଭିନ୍ନ ଭିନ୍ନ ସୀମାରେ ତିନିଟି ନୂତନ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ପାଖାପାଖି ଏକ ସପ୍ତାହ ଧରି ଜାରି ରହିଛି । ଏହାରି ମଧ୍ୟରେ ସରକାର ପୁଣି ଥରେ ଚାଷୀଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି । ଆଜି ସରକାର ଓ ଚାଷୀଙ୍କ ମଧ୍ୟରେ ପଂଚମ ପର୍ୟ୍ୟାୟରେ ଆଲୋଚନା ହେବ । ଆଶା କରାଯାଉଛି ଯେ, ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ହୋଇପାରେ । ଅନୁମାନ କରାଯାଉଛି ଯେ, ଗତ ୩ ତାରିଖରେ ହୋଇଥିବା ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଚାଷୀଙ୍କ ଦାବି ନେଇ ବିଚାର କରିବାକୁ ଭରସା ଦେଇଥିଲେ । ମାତ୍ର ଚାଷୀମାନଙ୍କ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ସରକାର ଯଦି ସେମାନଙ୍କର ଦାବି ନଶୁଣନ୍ତି, ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିଦିଆଯିବ । ସରକାରଙ୍କ ସହିତ ଆଜି ହେବାକୁ ବୈଠକର ଦିନକ ପୂର୍ବରୁ ଚାଷୀ ସଂଗଠନ ଡିସେମ୍ବର ୮ରେ ଭାରତ ବନ୍ଦ ଘୋଷଣା କରିଛନ୍ତି ।ଚାଷୀ ନେତାମାନେ ଦାବି କରିଛନ୍ତି ଯେ, ଚାଷୀ ଆଇନ ନିଷ୍କ୍ରିୟ କରିବାକୁ ସରକାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ । କାରଣ ସେମାନେ ଆଇନରେ ସଂଶୋଧନ ଚାହୁଁ ନାହାନ୍ତି । ବରଂ ସେମାନେ ଚାହାନ୍ତି ଯେ, ଏହି ଆଇନକୁ ନିଷ୍କ୍ରିୟ କରାଯାଉ । ଚାଷୀ ଶନିବାର କେନ୍ଦ୍ର ସରକାର ଓ କର୍ପୋରେଟର ବିରୋଧରେ ପ୍ରଦର୍ଶନ କରିବେ ଏବଂ କୁଶପୁତ୍ତଳିକା ଦାହ କରିବେ । ଡିସେମ୍ବର ୭ରେ ଖେଳାଳି ଚାଷୀମାନଙ୍କୁ ସମର୍ଥନ ଜଣାଇ ସେମାନଙ୍କର ପଦକ ଫେରାଇବେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0