ଜଗତପୁର : ଜଗତପୁର ଆଇବିରୋଡ଼ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲର୍ସରୁ ଘରର ପଛ କାନ୍ଥ ତାଡି ଅଲଙ୍କାର ଲୁଟି ନେଇଛନ୍ତି ଲୁଟେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଜଗତପୁର ଆଇବିରୋଡ଼ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲର୍ସରୁ ପଛ ପଟ କାନ୍ଥ ତାଡି ଅନେକ ଅଳଙ୍କାର ଲୁଟି ନେଇଛନ୍ତି । ତେବେ ଲୁଟ୍ ହୋଇଥିବା ସାମଗ୍ରୀରେ ପ୍ରାୟ ୩୫ କେଜି ରୂପା, ୬୦ଭରି ସୁନା ଓ ନଗଦ ୬୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏହାସହିତ ସିସିଟିଭି ଫୁଟେଜର ହାର୍ଡ ଡିସ୍କ ନେଇଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0