ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଆଜି ସରକାରଙ୍କ ସହ ପୁଣି ଥରେ ହେବ ଚାଷୀଙ୍କ ଆଲୋଚନା । ଅନ୍ୟପଟେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଂଚମ ବୈଠକ ବସିବ । ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ଆଗକୁ ଏହି ସଂଘର୍ଷ ବଢିବ ବୋଲି ଚେତାବନୀ ଦେଇଛନ୍ତି ଆନେ୍ଦାଳନକାରୀ । ସମସ୍ତ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ ଏବଂ ଦିଲ୍ଲୀକୁ ଆସୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0