କିଛି ସପ୍ତାହ ମଧ୍ୟରେ କୋଭିଡ ଟିକା ପ୍ରସ୍ତୁତ ହେବ । ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ କରିଥିଲେ । ଏହି ବୈଠକରେ ଦେଶର କରୋନାଭାଇରସ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମୋଦି କହିିଛନ୍ତି ବିଶେଷଜ୍ଞମାନେ ଆଶା କରିଛନ୍ତି ଯେ , ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ ଟିକା ପ୍ରସ୍ତୁତ ହେବ। ବିଶେଷଜ୍ଞମାନେ ସବୁଜ ସଙ୍କେତ ଦେବା ମାତ୍ରେ ଭାରତର ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି ।ଏହି ସର୍ବଦଳୀୟ ବୈଠକରେ ରାଜନୀତିର ୧୨ ଜଣ ପ୍ରମୁଖ ନେତା ଯୋଗ ଦେଇଥିଲେ । ଆମର ବୈଜ୍ଞାନିକମାନେ କୋଭିଡ-୧୯ ଟିକା ପ୍ରସ୍ତୁତ କରିବେ।” ଏହି ପ୍ରୟାସରେ ସଫଳ ହେବା ପାଇଁ ଅତ୍ୟନ୍ତ ଆତ୍ମବିଶ୍ୱାସ ରହିଛି । ସାରା ବିଶ୍ୱ ଏହି ଟିକା ଶସ୍ତା ଏବଂ ନିରାପଦ ଉପରେ ବିଶ୍ୱାସ ରଖିଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0