ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷି । ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି କହିଛନ୍ତି ଚାଷି ନେତା । ଗତକାଲି କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ବୈଠକରେ ମଧ୍ୟ ବାହାରିପାରିନାହିଁ ନିଷ୍କର୍ସ । ଘଟଣାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଏମଏସପି ବ୍ୟବସ୍ଥା ଜାରି ରହିବ ଏବଂ ନୂତନ ଆଇନ ଅନୁସାରେ ମଧ୍ୟ ଚାଷିମାନଙ୍କୁ ମଧ୍ୟ କୌଣସି ବିପଦ ନାହିଁ । ଆସନ୍ତା ୮ ତାରିଖରେ ଆନ୍ଦୋଳନ ନକରି ସରକାରଙ୍କ ସହ ଆଲୋଚନା କରିବାକୁ ସେ ଅପିଲ କରିଛନ୍ତି । ଏହାସହ ସେ କହିଛନ୍ତି, କରୋନା ଓ ଶୀତ କାଳରେ ଏମିତି ରାସ୍ତା ଉପରେ ଆନେ୍ଦାଳନ ନକରି ଘରକୁ ଫେରିଯାଆନ୍ତୁ । ସେପଟେ ଆସନ୍ତା ୯ ତାରିଖରେ କୃଷକ ଓ ସରକାରଙ୍କ ମଧ୍ୟରେ ହେବ ପରବର୍ତ୍ତି ଆଲୋଚନା । ଅନ୍ୟପଟେ ସିନ୍ଧୁ ସୀମାରେ ଧାରଣାରତ ୩ ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି । ଥଣ୍ଡା, ସର୍ଦ୍ଦି, ଜ୍ୱର ଓ କାଶରେ ପୀଡିତ ଥିବା ଲକ୍ଷ୍ୟ କରାଯାଇଛି । ହେଲେ ସେମାନେ କରୋନା ଟେଷ୍ଟ ପାଇଁ ରାଜି ହେଉନାହାନ୍ତି । କରୋନା ଟେଷ୍ଟ କରିବାକୁ କହି ଆନେ୍ଦାଳନରୁ ହଟାଇ ଦେବାକୁ ପ୍ରୟାସ କରାଯାଉଛି ବୋଲି ସେମାନେ କହିଛନ୍ତି । ଅନ୍ୟପଟେ କୃଷକଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ଦିଲ୍ଲୀ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୦ ଦିନ ହେବ ସିନ୍ଧୁ ସୀମାରେ କୃଷକ ଆନେ୍ଦାଳନ ଜାରି ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0