ନ୍ୟୁଜଲାଣ୍ଡ : ଅବସର ନେବେ କୋରେ ଆଣ୍ଡରସନ । ବାରମ୍ବର ଆଘତଜନିତ ସମସ୍ୟାରେ ରହିବା ପରେ ନୁ୍ୟଜଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଯୁକ୍ତ ରାଷ୍ଟ୍ର ଆମେରିକାର ମେଜର ଲିଗ୍ କି୍ରକେଟ ସହ ଏକ ୩ ବର୍ଷିଆ ଚୁକ୍ତି କରିଛନ୍ତି । ଏହି ୨୯ ବର୍ଷିୟ ଅଲରାଉଣ୍ଡର ତାଙ୍କ କ୍ୟାରିୟରରେ ନୁ୍ୟଜଲାଣ୍ଡ ତରଫରୁ ୧୩ ଟେଷ୍ଟ, ୪୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୧ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି । ଗତ ଦୁଇ ବର୍ଷ ହେଲା କିନ୍ତୁ ସେ ଜାତୀୟ ଦଳରେ ସ୍ଥାନ ପାଇ ପାରିନାହାନ୍ତି । ଆଣ୍ଡରସନ କହିଛନ୍ତି ନୁ୍ୟଜଲାଣ୍ଡ ତରଫରୁ ପ୍ରତିନିଧିତ୍ୱ କରିଥିବାରୁ ସେ ଗୌରବନ୍ୱିତ କନେକରନ୍ତି । ନିଜ ଦେଶ ପକ୍ଷରୁ ଅଧିକ ମ୍ୟାଚ ଖେଳି ନଥିବାରୁ ସେ ଦୁଃଖିତ । ଆଘାତଜନିତ ସମସ୍ୟା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0