spot_img

ଭାରତରେ ଉପଲବ୍ଧ ହେବ କରୋନା ଟିକା

ଟିକା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଭାରତରେ ଉପଲବ୍ଧ ହେବ କରୋନା ଟିକା । ଏହା ପରେ ସମୂହ ଟିକା କରଣ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଟିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ସେମାନଙ୍କର କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିଛନ୍ତି । ଟ୍ରାଏଲ ବେଳେ ଏହି ଟିକା ବେଶ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ କିଛି ଦିନ ପୂର୍ବରୁ ନରେନ୍ଦ୍ର ମୋଦୀ ସମସ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଓ ବୈଜ୍ଞାନିକମାନଙ୍କ ସହ ଏନେଇ ଆଲୋଚନା କରିଥିଲେ । ସେରମର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟତୀତ ରୁଷର ସ୍ପୁଟନିକ-ଭିର ୩ୟ ପର୍ୟ୍ୟାୟ ଟ୍ରାଏଲ ମଧ୍ୟ ଚଳିତ ବର୍ଷ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular