ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ସରକାରଙ୍କ ନୂତନ କୃଷି ନୀତିକୁ ବିରୋଧ କରି କୃଷକମାନେ ଦେଶବ୍ୟାପୀ ଆନ୍ଦୋଳନ କରିବା ସହ ମଙ୍ଗଳବାର ଭାରତ ବନ୍ଦ୍ ଡାକରା ଦେଇଥିଲେ। ଏହି ଭାରତ ବନ୍ଦକୁ ନେଇ ଟ୍ବିଟର୍ରେ ଏକ ଟ୍ବିଟ୍ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ତାଙ୍କ ଟ୍ବିଟର୍ ପେଜ୍ରେ ଆଧ୍ୟାତ୍ମିକ ନେତା ସଦଗୁରୁ ଜାଗି ଭାସୁଦେବଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁ ଭିଡିଓରେ ବନ୍ଦକୁ ବିରୋଧ କରାଯାଇ ସଦ୍ଗୁରୁ ନିଜର ଅଭିଭାଷଣ ଦେଉଥିବା ଦେଖିବାକୁ ମିଳିଛି। କଙ୍ଗନା ତାଙ୍କ ଟ୍ବିଟରେ ଚାଷୀମାନଙ୍କୁ ସମର୍ଥନ କରି ଯାହା ଲେଖିଛନ୍ତି ତାହାର ସାରାଂଶ ହେଉଛି, ‘ଚାଲ ଭାରତକୁ ବନ୍ଦ କରି ଦେବା। ଏମିତିରେ ତ ଆମେ ଯେଉଁ ଡଙ୍ଗାରେ ବସିଛନ୍ତି ସେଥିରେ ତୋଫାନ୍ର କମି ନାହିଁ, ଆମେ ଆଉ ଟିକେ କଣା କରିଦେବା। ସବୁ ଆଶା ଏଠି ଧୀରେ ଧୀରେ ମରୁଛି। ରାସ୍ତା ଉପରକୁ ଚାଲି ଆସ ଓ ତମେ ବି ଧାରଣାରେ ବସ। ଚାଲ ଏହି ପ୍ରସଂଗକୁ ଆଜି, ଏହିଠାରେ ହିଁ ଶେଷ କରିଦେବା



Visitors Today : 13
Total Visitors : 130502
Total Views : 9892045
Visitors Online Now : 0