ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା । ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆଜି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୯ ତାରିଖରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା। ଏ ଭିତରେ ୪ ମାସ ବିତିଯାଇଥିଲେ ବି ସିବିଆଇ ତଦନ୍ତ ଶେଷ କରିନାହିଁ। ସୁଶାନ୍ତଙ୍କ ପରିବାର ସଦସ୍ୟମାନେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଅପେକ୍ଷା କରି ରହିଥିବା ବେଳେ ଏନେଇ କୌଣସି ଉତ୍ତର ସିବିଆଇ ପକ୍ଷରୁ ମିଳିନାହିଁ। ସିବିଆଇ ଦାୟିତ୍ବହୀନ ଭାବେ ଏହାର ତଦନ୍ତ କରୁଛି। ଏଣୁ ଏଥିରେ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି।



Visitors Today : 10
Total Visitors : 130499
Total Views : 9892042
Visitors Online Now : 0