spot_img

ନୟାଗଡ ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର: ଗୁରୁବାର ପରୀ ପରିବାରକୁ ଭେଟିବେ ବିଜେପି ରାଜ୍ୟ ପ୍ରଭାରୀ । ଆଜି ପରୀ ଗାଁକୁ ଯିବେ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ନୂଆକରି ଦାୟିତ୍ୱ ନେବା ପରେ ସେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି.ପୁରନ୍ଦେଶ୍ୱରୀ ଓଡ଼ିଶାରେ ପହଞ୍ଚିବା ପରେ ଆଜି ନୟାଗଡ ଗସ୍ତରେ ଯିବେ । ସେଠାରୁ ପରୀ ହତ୍ୟାକାଣ୍ଡ ଘଟଣାରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ ନେବା ପରେ ଡି.ପୁରନ୍ଦେଶ୍ୱରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ବିଜେପି ପ୍ରଭାରୀଙ୍କ ତିନି ଦିନିଆ ଗସ୍ତକାଳରେ ସେ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରିବେ । ଏଥିସହ ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ୧୨ ତାରିଖ ପର୍ୟ୍ୟନ୍ତ ଦଳୀୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି । ୨୦୨୨ ପୌର ନିର୍ବାଚନ ଓ ୨୦୨୪ ସଧାରଣ ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଡି.ପୁରନ୍ଦେଶ୍ୱରୀ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular