ନୂଆଦିଲ୍ଲୀ : ଆଜି ନୂତନ ସଂସଦ ଭବନର ଭୂମି ପୂଜନ । ପ୍ରଧାନମନ୍ତ୍ରୀ ମୋଦୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ୟ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ୟ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ । ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ଅକ୍ଟୋବର ୨୦୨୨ ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ ହୋଇପାରେ । ତେବେ ନୂଆ ସଂସଦ ଭବନକୁ ପେପରଲେସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ୟ୍ୟ ଆରମ୍ଭ ହେବ । ଏଥିପାଇଁ ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ । ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ । ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ । ୬୪ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡିଂ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ୟ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1