ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମହିଳାଙ୍କ ନକଲି ପ୍ରୋଫାଇଲ ତିଆରି କରି ଜଣେ ଯୁବକ ଗିରଫ । ରାଜସ୍ଥାନର ଜଣେ ୧୭ ବର୍ଷୀୟ ଯୁବକ ମହିଳାଙ୍କ ନକଲି ପ୍ରୋଫାଇଲ ତିଆରି କରି ତାଙ୍କ ବିଷୟରେ ଅଶ୍ଳୀଳ ପୋଷ୍ଟ ସେୟାର କରି ଗିରଫ ହୋଇଛନ୍ତି । ଗ୍ରେଟର କୈଳାଶରେ ରହୁଥିବା ଏହି ମହିଳା ଜଣକ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫଟୋକୁ କେହି ଜଣେ ନେଇ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରି ତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଏବଂ ପୋଷ୍ଟ ସେୟାର କରୁଛନ୍ତି। ଅଭିଯୁକ୍ତ ମଧ୍ୟ ଉକ୍ତ ମହିଳା ଜଣଙ୍କୁ ଧମକ ଦେଉଥିଲା ।ପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେରାଜସ୍ଥାନର ଚିତ୍ତରଗଡରୁ ଇନଷ୍ଟାଗ୍ରାମ ଆକାଉଣ୍ଟ ଚାଲୁଥିଲା । ଡେପୁଟି କମିଶନର ଅତୁଲ କୁମାର ଠାକୁର କହିଛନ୍ତି ଯେ, ସୋମବାର ଦିନ ଅଭିଯୁକ୍ତଙ୍କୁ ଚିତ୍ତରଗଡରୁ ଗିରଫ କରାଯାଇଛି। ତାଙ୍କ ଠାରୁ ବ୍ୟବହୃତ ଏକ ମୋବାଇଲ ଫୋନ ଏବଂ ସିମ ଜବତ କରାଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0