ବେଙ୍ଗାଲୁରୁ: କର୍ଣ୍ଣାଟକ ଆଣିଲା ଗୋହତ୍ୟା ନିରୋଧୀ ଆଇନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ବିଜେପି ଶାସିତ କର୍ଣ୍ଣାଟକ ବିଧାନସଭାରେ ଗତ କାଲି ଗୋ ହତ୍ୟା ନିରୋଧୀ ବିଲ ଗୃହୀତ ହୋଇଛି । ୟେଦୁରପ୍ପା ସରକାରଙ୍କ ପକ୍ଷରୁ ଗୃହରେ କର୍ଣ୍ଣାଟକ ଗୋହତ୍ୟା ନିବାରଣ ଓ ଗୋରୁ ସଂରକ୍ଷଣ ବିଲ୍ ୨୦୨୦ ଆଗତ କରାଯାଇଥିଲା । ହଜ୍, ୱାକଫ୍ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ ଏହି ବିଲକୁ ଆଗତ କରିବା ମାତ୍ରେ ବିରୋଧୀ ଦଳ ନେତା ସିଦ୍ଦାରାମାୟା ଏବଂ ଧର୍ମନିରପେକ୍ଷ ଜନତା ଦଳ ନେତା ଏଚ.କେ. କୁମାରସ୍ୱାମୀ ଗୃହର ମଧ୍ୟଭାଗକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଦ୍ଦାରାମୟା ଏହାକୁ ଅସାମ୍ବିଧାନିକ ପଦକ୍ଷେପ ବୋଲି ସମାଲୋଚନା କରିଥିବାବେଳେ ଅଭିଯୋଗକୁ ବାଚସ୍ପତ୍ତି ବିଶେଶ୍ୱର ହେଗଡେ ଖଣ୍ଡନ କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0