ସିଡନୀ: ଭାରତ ବିପକ୍ଷ ପ୍ରାରମ୍ଭିକ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଆଘାତ ଯୋଗୁଁ ଅଷ୍ଟ୍ରେଲୀୟ ଦଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଡେଭିଡ ୱାର୍ନର ଆହତ କାରଣରୁ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ । ଏପରିସ୍ଥଳେ ପୂର୍ବତନ ଅଧିନାୟକ ଆଲାନ୍ ବର୍ଡର ତାଙ୍କ ଦଳ ପାଇଁ ବିକଳ୍ପ ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଶନ୍ ମାର୍ଶ ଜଣେ ଚମକ୍ରାର ଓପନର୍ । ତେବେ ପଶ୍ଚିମ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରୁଥିବା ମାର୍ଶ ଗତ ୬ ଇନିଂସରେ ୩ ଶତାବ୍ଦୀ ସହ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦଳରେ ମାର୍ଶଙ୍କୁ ସାମିଲ କରିବା ଅଷ୍ଟ୍ରେଲିଆ ଦଳ ପାଇଁ ଏକ ଉତ୍ତମ ବିକଳ୍ପ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।




Visitors Today : 2
Total Visitors : 130168
Total Views : 9891614
Visitors Online Now : 0