ରାଜନଗର: କରୋନା କଟକଣା ସତ୍ତ୍ବେ ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକଣା ମଧ୍ୟରେ ୭ମାସ ବନ୍ଦ ରହିବା ପରେ ଅକ୍ଟୋବର ୧ତାରିଖରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏବେ ପିକନିକ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ବିଦେଶୀ ପକ୍ଷୀଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ପର୍ୟ୍ୟଟକ ବିମୋହିତ ହୋଇ ପଡୁଛନ୍ତି। ଭିତରକନିକାରେ ଥିବା ବଉଳା କୁମ୍ଭୀର, ହଜାର ହଜାର ସଂଖ୍ୟାରେ ହରିଣ, ବାର୍ହା ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହ ହେନ୍ତାଳ ବଣ, ସୁନ୍ଦରୀ, ଶିଶୁମାର, କେରୁଅଁ, ରାଇ, ବଣି, ଗରଣି, ପାଣିଆମ୍ବ, ସିଙ୍ଗଡା, ପୀତାମ୍ବରୀ, ପୀତକୋରୁଅ ଭଳି ବିରଳ ଲୁଣା ଉଦ୍ଭିଦ ସହିତ ପ୍ରକୃତି ଓ ପରିବେଶ ପର୍ୟ୍ୟଟକଙ୍କ ମନକୁ କିଣି ନେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0