spot_img

ନର୍ମଦା ସ୍ୱଚ୍ଛତା ପାଇଁ ବୃଦ୍ଧଙ୍କ ସାଇକେଲ ଯାତ୍ରା

ଭୋପାଲ: ନର୍ମଦା ପାଇଁ ସାଇକେଲ ଯାତ୍ରା । ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ବାର୍ତ୍ତା ନେଇ ନାସିକରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମାଆ ନର୍ମଦାଙ୍କ ପରିକ୍ରମା ପାଇଁ ୨ହଜାର କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦଳରେ ଅଧିକାଂଶ ୬୦ ରୁ ୭୦ ବର୍ଷ ବୟସର ସଦସ୍ୟ ସାମିଲ ହୋଇଛନ୍ତି । ସମସ୍ତଙ୍କ ପାଖରେ ଗିୟର ସାଇକେଲ ରହିଥିବା ବେଳେ ଫୋମର ବିଛଣା, ସାଇଡ ବ୍ୟାଗ ଏବଂ ପରିଚୟ ପତ୍ର ରହିଛି । ବ୍ୟକ୍ତିମାନେ କୁହନ୍ତି, ଏହି ପଦଯାତ୍ରା ପାଇଁ ପ୍ରାୟ ଦେଢ ମାସ ଧରି ସାଇକେଲରେ ସେମାନେ ଅଭ୍ୟାସ କରୁଥିଲେ । ସମସ୍ତେ ପ୍ରତିଦିନ ୯୦ ରୁ ୧୦୦ କିଲୋମିଟର ଯାତ୍ରା କରୁଥିଲେ । ରାସ୍ତାରେ ଯିବା ସମୟରେ ଲୋକଙ୍କୁ ନର୍ମଦା ନଦୀର ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । କରୋନା ସଂକ୍ରମଣ ସମୟରେ ସାଇକେଲ ଚାଳନା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି ମଧ୍ୟ ସେମାନେ ବାର୍ତ୍ତା ଦେଉଛନ୍ତି । ସେମାନେ ସମସ୍ତେ ନାସିକ ସାଇକେଲିଷ୍ଟ ଫାଉଣ୍ଡେଶନର ସଦସ୍ୟ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular