ରାଜନଗର: ମରଣଯନ୍ତା ପାଲଟିଛି ରାଜନଗରର ଡାଙ୍ଗମାଳରୁ ତାଳଚୁଆ ରାସ୍ତା । ରାସ୍ତା ନିର୍ମାଣର ବର୍ଷଟିଏ ନ ପୁରୁଣୁ ଅବସ୍ଥା ବେହାଲ । ଯାଗା ଯାଗାରେ ଖାଲଖମା ହେବା ସହ ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡିଛି । ରାଜନଗର ବ୍ଲକର ଡ଼ାଙ୍ଗମାଳ ଜୟଦୁର୍ଗା ଗେଟ୍ ନିକଟରୁ ତାଳଚୁଆ ପର୍ଯ୍ୟନ୍ତ ଯାଇଥିବା ଜଙ୍ଗଲ ରାସ୍ତା ଅତି ଶୋଚନୀୟ । ରାସ୍ତା ମରାମତିରେ ୪୦ ଲକ୍ଷ ଟଙ୍କା ଜାଲିୟାତି ହୋଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତାଟି ପୁର୍ବରୁ ତଟବନ୍ଧ ବିଭାଜନ ଅଧିନରେ ଥିବାବେଳେ ଏବେ ପୁର୍ତ୍ତ ବିଭାଗ ଅଧିନକୁ ଯାଇଛି । ସେପଟେ ନଳିତାପାଟିଆରୁ ତାଳଚୁଆ ରାସ୍ତା ଖାଲଖମା ଯୋଗୁଁ ଯାତାୟତ ଠପ୍ ହୋଇଥିବା ବେଳେ ଜଙ୍ଗଲ ରାସ୍ତା ମଧ୍ୟ ଶୋଚନୀୟ । ପୁର୍ତ ବିଭାଗ ନାଲିମୋରମରେ ଖାଲଭରିବା ନାଁରେ ୪୦ ଲକ୍ଷଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ପୁର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ନିତି ଦିନିଆ ରାସ୍ତା ଶୋଚନୀୟ ଥିବାରୁ ସ୍କୁଲ ଡ଼ାକ୍ତରଖାନା ଭଳି ଆବଶ୍ୟକ ସ୍ଥାନକୁୁ ଯିବାରେ ଲୋକଙ୍କୁ ଅସୁବିଧା ହେଉଛି । ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଠିକ ସମୟରେ ପହଂଚି ପାରୁନାହିଁ । ଉପାନ୍ତ ଅଂଚଳ ହୋଇଥିବାରୁ ବିଭାଗ ଏବଂ ସରକାରୀ ଦଳନେତା ଟଙ୍କାକୁ ହରିଲୁଟ କରୁଥିବା ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀଠାରୁ କାର୍ଯ୍ୟନିର୍ବାହୀଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନ ଭୟାବହ ହେବ ବୋଲି ରାଜନଗର ପୁର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଚେତାବନୀ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0