ଆମେରିକା: ଫାଇଜର ଟିକାକୁ ଆମେରିକାର ଗ୍ରୀନ ସିଗନାଲ । ଆମେରିକାର ଖାଦ୍ୟ ଔଷଧ ପ୍ରାଧୀକରଣ ଫାଇଜର ଟିକାର ଜୁରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଟିକା ବ୍ୟବହାର ସପକ୍ଷରେ ୧୭ଟି ଭୋଟ୍ ପଡିଥିବା ବେଳେ ୪ଟି ଭୋଟ୍ ବିପକ୍ଷରେ ଯାଇଥିଲା । ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ୍ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ଦଫାରେ ଅଗ୍ରାଧୀକାର ଭିତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା ।ଡିସେମ୍ୱର ମାସ ସୁଦ୍ଧା ଆମେରିକାରେ ପ୍ରାୟ ୨୫ ମିଲିୟନ୍ ଟିକାକରଣ କରାଯିବାକୁ ଯୋଜନା ରଖାଯାଇଛି । ବର୍ତମାନ ଏଫଡିଏ ଅନ୍ୟତମ କରୋନା ଟିକା ମଡର୍ଣ୍ଣା ନେଇ ଅନୁଧ୍ୟାନ କରୁଛି । ଆସନ୍ତା ସପ୍ତାହରେ ଏନେଇ ରିପୋର୍ଟ ଆସିଯିବ । ବର୍ତମାନ ମଡର୍ଣ୍ଣା ଟିକା ମାନବ ପରୀକ୍ଷଣର ଶେଷ ପର୍ୟ୍ୟାୟରେ ପହଁଚିଛି । ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରରେ ବିଶ୍ୱରେ ବ୍ରିଟେନ୍ ହେଉଛି ପ୍ରଥମ ରାଷ୍ଟ୍ର । ଏବେ ଆମେରିକା ଏଥିରେ ସାମିଲ ହେବାକୁ ଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0