spot_img

ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିମାଡ଼ , ପରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଟକ ଆଠଗଡ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ହୋଇଛି ଏହି ଲୁଟ୍ । ୩ ଜଣ ଦୁର୍ବୃତ୍ତ ଗୁଳି ମାଡ କରି ମହିନ୍ଦ୍ରକ୍ଷ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ନେଲେ ଲକ୍ଷେ ଟଙ୍କା । ଗୁଳିମାଡର ଶିକାର ହୋଇଥିବା ମହିନ୍ଦ୍ରକ୍ଷ ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ । ସେ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଜଣ ଦୁର୍ବୃତ୍ତ କିତିଶଙ୍କୁ ଗୁଳି ମାରିଥିଲେ । କିତିଶ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ କିତିଶ ତାଙ୍କ ସହଯୋଗୀମାନଙ୍କୁ ଫୋନ୍ କରିଥିଲେ । ତାଙ୍କ ସହକର୍ମୀଙ୍କ ସହାୟତାରେ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଆଠଗଡ ପୋଲିସର ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular