spot_img

ଜେନେରେଟର ରୁମ୍ ରେ ଶୋଇ ୨ ଜଣଙ୍କ ମୃତ୍ୟୁ

କେନ୍ଦୁଝର: କାଳ ହେଲା ଜେନେରେଟର, ଅଣନିଶ୍ୱାସୀ ହୋଇ ୨ ଜଣଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ଗାଁରେ ଘଟିଛି। ଏକ ବାହାଘର ଭୋଜିକୁ ଯାଇ ଜେନେରେଟର ଚାଲିଥିବା ରୁମ୍ରେ ଶୋଇଥିଲେ। ଅଘଟଣରେ ଅନ୍ୟ ୨ଜଣ ଗୁରୁତର ହୋଇ ପଡ଼ିଛନ୍ତି।
ମୃତକ ମାନେ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)। ଗୁରୁତର ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାରୁ ଜଣାପଡ଼ିଛି କାଠବାରୀ ଗାଁରେ ଗତକାଲି ରାତିରେ ଏକ ବିବାହ ଭୋଜି ଆୟୋଜିତ ହୋଇଥିଲା। ଭୋଜି ସମୟରେ ଲାଇନ୍ ପଳାଇବାରୁ ବାଦଲ, ଆକାଶ, ଶମ୍ଭୁନାଥ ଓ ଆକାଶୀ ଜେନେରେଟର ଲାଗିଥିବା ରୁମ୍  ରେ ଶୋଇ ପଡ଼ିଥିଲେ। କିଛି ସମୟ ପରେ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚି ସମସ୍ତଙ୍କୁ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ବାଦଲ ଓ ବାଇଧରଙ୍କୁ ମୃତ ଘୋଷଣା କରିଥିଲେ। ଜେନେରେଟର ଚାଲୁଥିବା ରୁମ୍ କବାଟ, ଝରକା ବନ୍ଦ ଥିବା ଯୋଗୁ ଧୂଆଁରେ ଅଣନିଶ୍ୱାସୀ ହୋଇ ୨ ଜଣ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular