ରାୟଗଡ଼ା: ଏମିତିବି ମୃତ୍ୟୁ ଆସେ । ଗୁରୁତର ଭାବେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ କାଳ ଯେମିତି ଅପେକ୍ଷା ରେ ରହିଥିଲା । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡ଼ା ଘାଟିରେ। ଏଠାରେ ଏକ ଟ୍ରାକ୍ଟର ତଳୁ ଓଲଟି ପଡ଼ିଥିବା ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ମେଡିକାଲ ପଠାଇବା ପରେ ଛିଡ଼ା ହୋଇଥିବା ୨ ଉଦ୍ଧାରକାରୀଙ୍କୁ ଏକ ଟ୍ରକ୍ ପିଟି ଦେବାରୁ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସୂଚନାନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଜଣ ଶ୍ରମିକ ଟ୍ରାକ୍ଟରରେ ଆନ୍ଧ୍ରର ଶ୍ରୀକାକୁଲମ ଯାଉଥିଲେ। ତେବେ ଟ୍ରାକ୍ଟରଟି କାଳିଆପଡ଼ା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକ ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରି ଅନ୍ୟ ୨ ଶ୍ରମିକକୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲ ପଠାଯାଇଥିଲା। ଏହାପରେ ସେମାନେ ସେଠାରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ଟ୍ରକ ସେମାନଙ୍କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଦୁଇ ମୃତକଙ୍କ ଘର ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳରେ ସେମାନଙ୍କ ପରିଚୟ ମିଳିପାରିନି। ଟିକିରି ଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0