spot_img

ଇଂଲଣ୍ଡର ଭାରତ ଗସ୍ତସୂଚୀ ଘୋଷିତ

ନୂଆଦିଲ୍ଲୀ: ଆସନ୍ତା ଭାରତ-ଇଂଲଣ୍ଡ ସିରିଜ ପାଇଁ ଭାରତକୁ ଆସିବ ଇଂଲଣ୍ଡ କ୍ରିକେଟ ଦଳ । ଏହି ଶୃଙ୍ଖଳାରେ ମୋଟ ୪ ଟି ଟେଷ୍ଟ ଓ ୫ଟି ଟେଣ୍ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ତେବେ କୋଭିଡ ମହାମାରୀ ପାଇଁ ୧୨ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା କେବଳ ତିନୋଟି ସହର ଚେନ୍ନାଇ, ଅହମ୍ମଦାବାଦ ଏବଂ ପୁନେରେ ଖେଳାଯିବ । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସର୍ବାଧିକ ୭ଟି ମ୍ୟାଚ ଖେଳାଯିବ । ତେବେ ଏହି ଷ୍ଟାଡିୟମରେ ଗୋଟିଏ ଦିବାରାତ୍ର ମ୍ୟାଚ ସହ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବାର ସୂଚନା ମିଳିଛି । ଏହା ସହ ଆଉ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଅନ୍ୟପଟେ ମୋଟେରାରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବାକୁ ଥିବା ବେଳେ ପୁନେରେ ତିନୋଟି ଦିବାରାତ୍ର ମ୍ୟାଚ ଖେଳାଯିବ ବୋଲି ବିସିିସିଆଇ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular