ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହାଜାରେ ଆନ୍ଦୋଳନକାରୀ କୃଷକଙ୍କୁ ସମର୍ଥନ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୮୩ ବର୍ଷିୟ ଆନ୍ନା ହାଜାରେ କହିଛନ୍ତି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବେ। ଲୋକପାଲ ଆନ୍ଦୋଳନ ତତ୍କାଳୀନ କଂଗ୍ରେସ ସରକାରକୁ ଦୋହଲାଇ ଦେଇଥିଲା। ମୁଁ ସେହି ଭଳି ଚାଷୀଙ୍କ ବିରୋଧ ଦେଖୁଛି। ଭାରତ ବନ୍ଦ ଦିନ ମୁଁ ମୋ ଗାଁ ରାଲେଗାଓଁ ସିଦ୍ଧିରେ ଏକ ସଭା ଆୟୋଜନ କରିଥିଲି। ମୁଁ ମଧ୍ୟ କୃଷକଙ୍କ ସମର୍ଥନରେ ଗୋଟିଏ ଦିନ ଉପବାସ କରିଥିଲି।’ ଯଦି ସରକାର ଚାଷୀଙ୍କ ଦାବିକୁ ଗ୍ରହଣ ନକରନ୍ତି, ତେବେ ସେ ପୁଣି ଥରେ ‘ଜନ ଆନ୍ଦୋଳନ’ ପାଇଁ ଧାରଣାରେ ବସିବେ ଯାହା ଲୋକପାଲ ଆନ୍ଦୋଳନ ସହିତ ସମାନ ହେବ ବୋଲି ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।



Visitors Today : 21
Total Visitors : 130489
Total Views : 9892032
Visitors Online Now : 1