ବୁର୍ଲା: କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ଯାଏ କଟକଣା ଲାଗୁ ହେବ । ୧୦ ଦିନିଆ ସଟଡାଉନ ଦୁଇ ଦଫାରେ ଲାଗୁ ନେଇ ଘୋଷଣା କରାଯାଇଛି । ୨୨ରୁ ୨୫ ପ୍ରଥମ ଦଫା , ୨୬ରୁ ୩୧ ଦ୍ୱିତୀୟ ଦଫାରେ ସଟଡାଉନ ଲାଗୁ ହେବ । ପ୍ରଥମ ଦଫା ସଟଡାଉନ ସମୟରେ ଜିଲ୍ଲା ଭିତରେ ଗମନାଗମନ ମନା ଥିବାବେଳେ ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।
ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଏହା ସହ ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ,ପେଟ୍ରୋଲ ପମ୍ପ ,କ୍ଷୀର ଦୋକାନ ଓ ରାସ୍ତା କଡ଼ ଢାବା ଖୋଲା ରହିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0