ଉମରକୋଟ: ସରକାରୀ ଜମିକୁ ନେଇ ଗ୍ରାମରୁ ବାସନ୍ଦ ହେଲେ ପରିବାର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ନାୟକଗୁଡ଼ା ଗ୍ରାମରେ । ଗତ କିଛିମାସ ଧରି କିଛି ଉଠା ଦୋକାନି ଓ ଗ୍ରାମ ବାସୀଙ୍କ ମଧ୍ୟରେ ସରକାରୀ ଜମିକୁ ନେଇ ତୁତୁ ମେମେ ଲାଗିରହିଛି । ତେବେ ଉକ୍ତ ଉଠାଦୋକାନୀ ହେଲେ ପରିତଷ ମଣ୍ଡଳ,ଗୌତମ ମଣ୍ଡଳ,ବିରେନ ମଣ୍ଡଳ ଓ ଦିପଙ୍କର ହାଲଦାର । ଦୀର୍ଘ ୯ମାସ ଧରି ସେମାନେ ଉକ୍ତ ସ୍ଥାନରେ ଉଠାଦୋକାନ କରି ବ୍ୟବସାୟ କରିଆସୁଥିବା ଦାବି କରୁଛନ୍ତି । ତେବେ ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ ଉକ୍ତ ସ୍ଥାନରେ ମନ୍ଦିର କରିବା ପାଇଁ ଦାବି କରିଆସୁଛନ୍ତି । ପରେ ଘଟଣାଟି ଥାନା ପର୍ଯ୍ୟନ୍ତ ପହଞ୍ଚି ଏହାରଏହାର ଆପସ ବୁଝାବଣା କରି ସମାଧାନ କରାଯାଇଥିଲା । କିନ୍ତୁ ଦୁଇମାସ ପରେ ଏହି ବିବାଦ ପୁଣି ମୁଣ୍ଡ ଟେକିଛି । ତେବେ ଏହି ଘଟଣାକୁ କେନ୍ଦ୍ରକରି ଉକ୍ତପରିବାର କୁ ଗ୍ରାମରୁ ବାସନ୍ଦ କରଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଘଟଣା ନେଇ ଗ୍ରାମ କମିଟି ସଭାପତି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଏହାକୁ ଖଣ୍ଡନ କରିବା ସହ ତହସିଲଙ୍କ ଦ୍ୱରା ଏହାର ସମାଧାନ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0