spot_img

ପୁଣି ରଣପୁରରେ ନିଖୋଜ ଶିଶୁ କନ୍ୟା

ନୟାଗଡ଼: ରାଜ୍ୟରେ ଚିନ୍ତା ବଢାଉଛି ଶିଶୁ ଅପହରଣ । ପରି ପରେ ପିହୁ ଏବେ ରଣପୁରର ହରପ୍ରିୟା ଅରଫ ସ୍ମିତା । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର ବାଧିପାଟଣା ଗ୍ରାମର ଘଟଣା । ଗ୍ରାମର ସଂଜୟ ସାହୁ ଓ ବବିତା ସାହୁଙ୍କ ଝିଅ ସ୍ମିତା । ସ୍ମିତା ଗତକାଲି ଅପରାହ୍ନ ଦିନ ୩ଟାରେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଛି । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୁଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି । ଶିଶୁ କନ୍ୟାଟିକୁ କେହି ଦୁର୍ବୁତ ଉଠାଇ ନେଇଥିବା ଗ୍ରାମବାସୀ ସନେ୍ଦହ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular