ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ବୃହତ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ଭାରତରେ ମୋବାଇଲ ଡିସପ୍ଲେ ୟୁନିଟ ସ୍ଥାପନ କରିବାକୁ ଯାଉଛି। ତେବେ ଏନେଇ କ୍ୟାବିନେଟ ବୈଠକରେ ଦେଶରେ ସାମସଙ୍ଗର ଓଏଲଇଡି ଡିସପ୍ଲେ ୟୁନିଟ ସ୍ଥାପନା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ୟୁନିଟ୍ ଲଗାଇବା ଲାଗି ସାମସଙ୍ଗ ଭାରତରେ ୪୮୨୫ କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଏହି ୟୁନିଟ୍ ପ୍ରଥମେ ଚୀନରେ ଥିଲା। ମାତ୍ର କମ୍ପାନୀ ଚୀନରୁ ନିଜର କାରବାର ପ୍ରତ୍ୟାହାର କରି ଭାରତର ଉତ୍ତର ପ୍ରଦେଶରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚୀନକୁ ଏଥିରେ ଜୋରଦାର ଝଟକା ଲାଗିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0