ଭୁବନେଶ୍ୱର: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ସବୁଠି ଚାଷୀଙ୍କ ନ୍ୟାୟ ପାଇଁ ଚିତ୍କାର । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସବୁବେଳେ ଚାଷୀଙ୍କ ହିତ ଚିନ୍ତା କରୁଛନ୍ତି ଓଡ଼ିଶା ସରକାର । ଚାଷୀଙ୍କ ସ୍ୱରକୁ ଦିଲ୍ଲୀରେ ପହଞ୍ଚାଇଛି ବିଜେଡି । ଚାଷୀଙ୍କ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଠିତ । ଚାଷୀଙ୍କ ପ୍ରତି ବିଜେଡି ସମ୍ବେଦନଶୀଳ ।
ସେହିଭଳି ବିଜେଡିର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଚାଷୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସହ ରହିଆସିଛି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ଅନୁଯାୟୀ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରନ୍ତୁ ବୋଲି ବିଜେଡି ମଧ୍ୟ ଦାବି କରିଛି ।ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଚାଷୀଙ୍କ ସପକ୍ଷରେ କହିଥିଲେ । ସ୍ୱାମୀନାଥନ କମିଟିର ସୁପାରିଶକୁ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି ଦାବି କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0