ଜଣାଶୁଣା ଡ୍ଯାନ୍ସର ତଥା କୋରିଓଗ୍ରାଫର ପୁନିତ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାଭଲାରେ ନିଜର ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି।

ପୁନିତ ପାଠକଙ୍କ ବିବାହର ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ସେ ଏବଂ ନିଧି ସିଂ, କମେଡିଆନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ପୁନିତଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ଏବେ ତାଙ୍କୁ ତାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୁନିତ ଡ୍ୟାନ୍ସ ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରତିଯୋଗୀ ଭାବେ ଭାଗ ନେଇ ଲୋକପ୍ରିୟ ହୋଇଥିଲେ। ଏହା ପରେ ପରେ ସେ ଅନେକ ମ୍ୟୁଜିକ ଭିଡିଓରେ ନଜର ଆସିବା ସହ ଫିଲ୍ମ ଏବିସିଡିରେ ମଧ୍ୟ ଅଭିନୟ କରିଥିଲେ। ପୁନିତ ଡ୍ୟାନ୍ସ ରିୟାଲିଟି ସୋ’ ଡ୍ୟାନ୍ସ ପ୍ଲସରେ ଜଜ୍ ଭାବେ ନଜର ଆସିଥିଲେ।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0