ଭୁବନେଶ୍ୱର : ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା ବିରଜା ମନ୍ଦିର, ଗଞ୍ଜାମର ମା ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିଲୋ ଶ୍ରୀ ନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ଥିବା ମନ୍ଦିର ଗୁଡିକ ଲୋକଙ୍କ ଧାର୍ମିକ ଭାବନା ଏବଂ ଭାବାବେଗ ସହ ଜଡିତ । ଉପରୋକ୍ତ ଧାର୍ମିକ ପୀଠ ଗୁଡ଼ିକ ସହ ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟ ଯୋଡି ହୋଇରହିଛି । ତ୍ରୟୋଦଶ ଶତାବ୍ଦୀରେ ଶାରଦୀୟ ପୂଜା ଅବସରରେ ବିରଜା ମନ୍ଦିରର ରଥଯାତ୍ରା ପାଇଁ ଭିନ୍ନ ସ୍ୱତନ୍ତ୍ରତା ରହିଛି । ସେହିପରି ଅବିଭକ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ମା’ ସମଲେଶ୍ୱରୀ ଓ ସମଲେଇ ମାଙ୍କ ମନ୍ଦିରକୁ ବର୍ଷ ତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଏହି ମାଙ୍କ ପୀଠରେ ଅଧିକସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ଅଧିନିୟମ, ୨୦୨୦ ଅନୁସାରେ ଦୈନନ୍ଦିନ ମନ୍ଦିରର ପରିଚାଳନା, ସେବା ପାଇଁ ସଠିକ୍ ପରିଚାଳନା, ପୂଜା, ନୀତି କାନ୍ତି ଶ୍ରଦ୍ଧାଳୁଙ୍କ ପାଇଁ ଉତମ ସୁବିଧା ଓ ମନ୍ଦିରର ଉନ୍ନତିକରଣ ଏବଂ ବିକାଶ ପାଇଁ ଏକ ସଶକ୍ତ କମିଟି ଗଠନ କରିବାକୁ କେନ୍ଦ୍ର ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0