ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖ ଦିନ ମନ୍ଦିର ବନ୍ଦ ରହିବ। ନୂଆବର୍ଷ ଥିବାରୁ ଏହିଦୁଇ ଦିନ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଏହା ପରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ବାସିନ୍ଦାକୁ ଦର୍ଶନ ପାଇଁ ଅନୁମତି ମିଳିବ। ତେବେ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇପାରିବେ ବୋଲି ବିଏମସି କମିଶନର କରିଛନ୍ତି।
ମନ୍ଦିର ଖୋଲିବା ନେଇ ପ୍ରଶାସନ ଗାଇଡଲାଇନ୍ ଜାରି କରିଛି। ମନ୍ଦିର ପରିସରରେ ଏକ ସମୟରେ ସର୍ବାଧିକ ୫ଶହ ଲୋକ ରହିପାରିବେ। ଯେଉଁମାନଙ୍କ ପାଖରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ, ସେମାନଙ୍କୁ ହିଁ ଦର୍ଶନ ପାଇଁ ଅନୁମତି ମିଳିବ। ତା’ପୁଣି ଏହି ଟେଷ୍ଟ ୪-୫ ଦିନ ପୂର୍ବରୁ ହୋଇଥିବା ଜରୁରୀ ବୋଲି ଦର୍ଶାଇଛନ୍ତି ବିଏମସି କମିଶନର। ପୂର୍ବଭଳି ମନ୍ଦିର ସକାଳ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ପାଖରେ ମଧ୍ୟ ଏକ ସ୍କ୍ରିନିଂ କ୍ୟାମ୍ପର ବ୍ୟବସ୍ଥା କରାଯିବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0