ଆସନ୍ତା ୧୭ରେ ମୋଦି-ହାସିନା ଆଲୋଚନା । ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ଗୁରୁବାର ଦ୍ୱିପାକ୍ଷିକ ଆଲେଚନା ହେବ । ପ୍ରଦାନମନ୍ତ୍ରୀ ନରେନ୍ଦ ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ କେତେକେ ଗୁରୁତ୍ୱୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇପାରେ । ଆସନ୍ତା ବର୍ଷ ଶେଷ ହେବାକୁ ଥିବା ଏକ ତେଲ ପାଇପଳାଇନ ପ୍ରକଳ୍ପ , ୩ଯି ସୀମାପାର ରେଳ ସଂଯୋଗ ନିର୍ମାଣ ସମେତ ଅନ୍ୟ ଦ୍ୱିପାକ୍ଷିକ ପ୍ରକଳ୍ପକୁଡିକର ଅଗ୍ରଗତିର ସମୀକ୍ଷା କରାଯାଇପାରେ । ଜାତୀୟ ନାଗରିକ ପଞ୍ଜିକା ଏବଂ ନାଗରିକତପ ସଂଶୋଧନ ଆକ୍ଟକୁ ନେଇ ଦୁଇ ଦୋ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ବୈଠକ ପରେ ପୁଣି ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିପାରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ବାଲାଂଦେଶ ସ୍ୱାଧୀନ ହେବାର ୫୦ ବର୍ଷ ପୂର୍ତ୍ତ ଅବସରରେ ମୋଦିଙ୍କୁ ଅତିଥି ଭାବେ ଢାକା ଆମନ୍ତ୍ରଣ କରିଛି । ଗତ ଜୁଳାଇରେ ଭାରତ ବାଂଳାଦେଶକୁ ୧୦ଟି ରେଳ ଇଞ୍ଚିନ ଯୋଗାଇ ଦେଇଥିଲା ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0