spot_img

କିଛି ଦିନ ପରେ ଦେଶରେ ଉପଲବ୍ଧ ହେବ କରୋନା ଟିକା

କରୋନା ଟିକାକ କରଣ ପାଇଁ ଚାଲିଛି ପ୍ରସ୍ତୁତି । ୬୩୩ ଜିଲ୍ଲାରେ ଆରମ୍ଭ ହେବ ଟିକାଦାନ । ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ । ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସତ୍ୁତି ଆରମ୍ଭ ହୋଇଛି । ଦେଶର ୬୩୩ ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । କେନ୍ଦ ତଥା ରାଜ୍ୟ ସରକାରଙ୍କର ୨୩ଟି ବିଭାଗକୁ ଟିକାଦାନ ପାଇଁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଟିକାାକୁ ସୁରକ୍ଷିତ ରଖିବା ଳାଗି ୨୯ ହଜାର କୋଲ୍ଡ ପଏଣ୍ଟ ଚେନ୍, ୨୪୦ ୱାର୍କ ଇନ କୁଲର, ୭୦ ୱାର୍କ ଇନ ଫ୍ରିଜର, ୪୫ ହଜାର ଆଇସ ଲିଙ୍କ ରେଫ୍ରିଜେଣ୍ଟର ଆଦିର ବ୍ୟବସ୍ଥା କରାଯାଇଛି । ସେହିପରି ୪୧ ହଜାର ଡିପ୍ ଫ୍ରିଜର ଏବଂ ୩୦୦ ସୋଲାର ରେଫ୍ରିଜେଣ୍ଟରର ବ୍ୟବସ୍ଥା ହୋଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular