ନୟାଗଡ଼ : ଆଗ ଥର ଜନ୍ମ ଦିନରେ ବେଶ୍ ଖୁସିରେ ସାଙ୍ଗଙ୍କ ମେଳରେ କେକ୍ କାଟିଥିଲା। ନୂଆ ଡ୍ରେସ ପିନ୍ଧି ଠିକ୍ ପରୀ ପରି ଦିଶୁଥିଲା। ହେଲେ ଏଥର ସେ ନାହିଁ। ଥୁଆ ହୋଇଛି ତା’ ଫଟୋ। ଆଉ ଜଳୁଛି ଦୀପ। ପାଖରେ ବାପାମା’ ଝିଅକୁ ମନେ ପକାଇ କାନ୍ଦିବା ଛଡ଼ା ଆଉ କିଛି ନାହିଁ।
ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀର ଆଜି ହେଉଛି ଜନ୍ମଦିନ । ୨୦୧୪ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ଜନ୍ମ ହୋଇଥିଲା । ବାପା ମାଙ୍କର ଏକମାତ୍ର ଅଲିଅଳି ଝିଅ ଥିଲା ପରୀ । ଗତବର୍ଷ ଜନ୍ମଦିନ ବେଶ୍ ଖୁସିରେ ସାଙ୍ଗଙ୍କ ସହ ହସଖୁସିରେ କାଟିଥିଲା। ଆର ଥରକୁ ଆହୁରି ବଡ଼ କେକ୍ ଆଣିବା ପାଇଁ ବାପାଙ୍କୁ ତାଗିଦ ବି କରିଥିଲା। ଆଜି ସେହି କଥାକୁ ମନେ ପକାଇ ବାହୁନି ହୋଇ କାନ୍ଦୁଛନ୍ତି ବାପା ମା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0