ସମ୍ୱଲପୁର: ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକରଆମ୍ବପାଲିର ଦେଖିବାକୁ ମିଳିଛି। ପୋଲ ନିର୍ମାଣ କାମରେ ଦୁର୍ନୀତିର ଗନ୍ଧ ବାରି ଅଞ୍ଚଳବାସୀ ଏହାକୁ ବିରୋଧ କରି ତୁରନ୍ତ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ଆମଲିପାଣି-ଯୁଯୁମୁରା ମଧ୍ୟରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଚାଲିଛି ରାସ୍ତା କାମ। ମାତ୍ର ଅନ୍ଧାରୀ ଗାଁ ପାଖର ଥିବା ନାଳ ଉପରେ ନିର୍ମାଣ ଚାଲିଥିବା ପୋଲଟି ଛାତ ପଡ଼ିବା ଆରମ୍ଭ ହେଉଣୁ ଦବିଯାଇଛି। ଏଠାରେ ଚାଲିଥିବା ୪ ଟି ବକ୍ସ ପେଟେନ ବ୍ରିଜର ପ୍ରଥମ ବକ୍ସରେ ଗତକାଲି ଛାତ ପଡ଼ୁଥିଲା । ମାତ୍ର ଛାତ ପଡ଼ିବା ବେଳେ ତଳ ସେନ୍ଟ୍ରିଙ୍ଗ ପୂରା ଦବି ଯାଇଥିଲା। ଗତକାଲି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏପରି ନିମ୍ନମାନର କାମ ହୋଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ କିପରି କାମ ହେଉଥିବ ବୋଲି ଗ୍ରାମବାସୀ ପ୍ରଶ୍ନ ପଚାରିଛନ୍ତି। ତେଣୁ ତୁରନ୍ତ ଏହି କାମ ବନ୍ଦ କରି ଆଉ ଥରେ ଏହି କାର୍ଯ୍ୟ କରିବା ପାଇଁ ଦାବୀ କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0