ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଥିବା ସୁପ୍ରିମ କୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଥିବା ବେଳେ ଆଜି ଅପରାହ୍ନରେ ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ ଏସ. ମୁରଲୀଧରଙ୍କୁ ପଦୋନ୍ନତି ଦେଇ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମ କୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ବିଚାରପତି ଏସ. ମୁରଲୀଧର ୨୦୦୬ ମସିହା ମେ ମାସରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଚଳିତବର୍ଷ ଫେବ୍ରୁଆରି ୨୬ ତାରିଖରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥଲା। ବର୍ତ୍ତମାନ ସେ ପଞ୍ଜାବ ଓ ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି।



Visitors Today : 1
Total Visitors : 130306
Total Views : 9891809
Visitors Online Now : 0