କୋଲକାତା: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ, ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ବର୍ତ୍ତମାନ ରାଜ୍ୟର ଶାସନ କ୍ଷମତାରେ ରହିଥିବା ତୃଣମୂଳ କଂଗ୍ରେସ ଓ ଏହାର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି କ୍ରମରେ ତୃଣମୂଳ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ତଥା ବର୍ତ୍ତମାନ ମମତାଙ୍କ ମନ୍ତ୍ରିମଣ୍ଡଳରେ ପରିବହନ ମନ୍ତ୍ରୀ ଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ତଥା ଅନ୍ୟାନ୍ୟ ଦଳୀୟ ପଦ ଓ ପଦବୀରୁ ଶ୍ରୀ ଅଧିକାରୀ ପୂର୍ବରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଧାୟକ ପଦବୀରୁ ଆଜି ନିଜର ଇସ୍ତଫା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଅଧିକାରୀ ଇସ୍ତଫା ଦେବାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ରାଜ୍ୟ ୟୁନିଟ ସଭାପତି ସଭାପତି ଦିଲୀପ ଘୋଷ ଘୋଷଣା କରି କହିଛନ୍ତି ଯେ ଯଦି ଶ୍ରୀ ଅଧିକାରୀ ଆମ ଦଳରେ ଯୋଗଦେବାକୁ ଚାହାଁନ୍ତି ତେବେ ତାଙ୍କୁ ଦଳରେ ସ୍ୱାଗତ କରାଯିବ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0