କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ସରକାର ଲୋକଙ୍କୁ ପ୍ରତିଦିନ ଅନେକ ସୁରକ୍ଷା ସୁଚନା ଦେଇଥାନ୍ତି । ଯେପରିକି ସାମାଜିକ ଦୂରତା ରକ୍ଷା କରିବା, ବ୍ୟକ୍ତିଗତ ସ୍ୱଚ୍ଛତାର ଯତ୍ନ ନେବା ପାଇଁ ହାତକୁ ବାରମ୍ବାର ସାବୁନରେ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା । ହ୍ୟାଣ୍ଡସାନିଟାଇଜ୍ ବ୍ୟବହାର କରିବା ଦ୍ୱାରା ଆମ ଚର୍ମରେ ଥିବା ଭୂତାଣୁ ନଷ୍ଟ ହୋଇଥାଏ, କିନ୍ତୁ ଅନେକ ସ୍ଥାନ ଓ ପରିସ୍ଥିତିରେ ଏହାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏଥିରେ ଥିବା ଆଲକହଲ ଓ ରାସାୟନିକ ପଦାର୍ଥ ସ୍ୱାସ୍ଥ ଉପରେ କୁପ୍ରଭାବ ପକାଇଥାଏ ।

ଅନେକ ସମୟରେ ଦେଖାଯାଏ, ଖାଦ୍ୟ ଖାଇବା ପୂର୍ବରୁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି ଯାହାଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ପେଟକୁ ଯିବାଦ୍ୱାରା ପେଟରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ମୁହଁ ଏବଂ ଶରୀରରେ ଲାଗିବା ଦ୍ୱାରା, ଏହା ଚର୍ମ ସଂସ୍ପର୍ଶରେ ଆସି ଚର୍ମରେ କ୍ଷତି ପାହଁଞ୍ଚାଇଥାଏ, ଫଳରେ ଆଲାର୍ଜି, ଚର୍ମରେ ଲାଲି ପଡିବା ଓ କୁଣ୍ଡେଇ ହେବା ପରି ଅନେକ ସମସ୍ୟା ଦେଖାଦେଇଥାଏ ।

ଏହାଛଡା ଅନେକ ଲୋକ ମାସ୍କକୁ ସାନଟାଇଜ କରି ପିନ୍ଧିଥାନ୍ତି । ଏହାଫଳରେ ଏଥିରେ ଥିବା ଶକ୍ତିଶାଳି ଗନ୍ଧ ଦ୍ୱାରା ମୁଣ୍ଡ ବିନ୍ଧା ଓ ବାନ୍ତି ହେବା ଭଳି ସମସ୍ୟା ଦେଖାଦେଇଥାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0