ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ ଅମିତ ଶାହା । ୨ ଟି ମନ୍ଦିରରେ କରିବେ ପୂଜା । ଚାଷୀଘରେ କରିବେ ଭୋଜନ । ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କ୍ଷମତାଧାରୀ ପାର୍ଟି ବିଜେପି ଓ ଟିଏମସି ମଧ୍ୟରେ ଏବେ ଠାରୁ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ବେଙ୍ଗଲରେ ଦଳର ସ୍ଥିତିକୁ ମଜଭୁତ କରିବା ଓ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ଲକ୍ଷରେ ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହା । ଶାହାଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପୂର୍ବ ମେଦିନା ପୁରରେ ଜଣେ ଚାଷୀ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ୟ୍ୟକ୍ରମ ରହିଛି । ଏବେ ଦେଶର କୃଷକ ମାନେ କୃଷି ବିଲ୍ କୁ ବିରୋଧ କରି ଆନ୍ଦୋଳନ କରୁଥିବାରୁ ଏହା ଉପରୁ ଦେଶବାସୀଙ୍କ ନଜର ହଟାଇବାକୁ ଶାହା ଏବେ ଚାଷୀଘରେ ଭୋଜନ କରିବାର କାର୍ୟ୍ୟକ୍ରମ ରହିଛି । ଶାହାଙ୍କର ଏହି ଗସ୍ତ ସମୟରେ ଟିଏମସିର ଅସନ୍ତୁଷ୍ଟ ନେତା ତଥା ମେଦିନାପୁର ଅଞ୍ଚଳର ପ୍ରଭାବୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0