ନୟାଗଡ଼: କିଛି ଦିନର ବ୍ୟବଧାନ ପରେ ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ପରିମାଣ ୧୫ ଗ୍ରାମ, ଯାହାର ଦାମ ଦେଢ଼ ଲକ୍ଷ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା। ଟାଉନ ଥାନା ଅଧିନସ୍ଥ ସିନ୍ଦୁରିଆ ଅଞ୍ଚଳରେ ତାର ଘର। ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଚଢ଼ାଉ କରି ନିରଞ୍ଜନଙ୍କୁ ତାଙ୍କ ଘର ନିକଟରୁ ଧରିଥିଲା। ବ୍ରାଉନ ସୁଗାର ସମେତ ନିରଞ୍ଜନ ନିକଟରୁ ୧୫ଟି ଚୋରା ମୋବାଇଲ ଜବତ କରାଯାଇଛି। ନିରଞ୍ଜନର ଏହି କାରବାର ସମ୍ପର୍କରେ ଅବକାରୀ ବିଭାଗ ଅଧିକ ଖୋଳତାଡ଼ କରୁଥିବା ଜଣାପଡ଼ିଛି।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0