spot_img

ଆଇଟି ଓ ବିପିଓ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଅବଧି ବଢ଼ିଲା

ନ୍ୟୁଜ୬ ବ୍ୟୁରୋ: ଆଇଟି କମ୍ପାନୀ ଓ ବିପିଓ କର୍ମଚାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ୱାର୍କ ଫ୍ରମ୍ ହୋମ୍ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜୁଲାଇ ୩୧ଯାଏ ଏହି ସମୟ ସୀମା ଥିଲା । ଏବେ କରୋନା ସଂକ୍ରମଣ ପୁଣି ବ୍ୟାପକ ହୋଇଥିବାରୁ ୱାର୍କ ଫ୍ରମ୍ ହୋମ୍ ଶେଷ ତାରିଖରୁ କେନ୍ଦ୍ର ସରକାର ଡିସେମ୍ୱର ୩୧ ତାରିଖ ଯାଏଁ ବଢାଇଛନ୍ତି । ଆଇଟି କମ୍ପାନୀଗୁଡ଼ିକର ପ୍ରାୟ ୮୫ ପ୍ରତିଶତ କର୍ମଚାରୀ ଘରେ ବସି କାମ ତୁଲାଉଛନ୍ତି । କମ୍ପାନୀର ଜରୁରୀ ଓ ବିଶେଷ ବିଭାଗର କର୍ମକର୍ତ୍ତା ଅଫିସ୍ ଆସୁଛନ୍ତି । ନୂଆ ନିୟମ ଲାଗୁ ପରେ ୨୦୨୦ ଡିସେମ୍ବର ଶେଷ ଯାଏ ଉଭୟ କମ୍ପାନୀର କର୍ମଚାରୀ ଘରେ ରହି କାମ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular