ନୂଆଦିଲ୍ଲୀ: ଲଦାଖ ସେକ୍ଟରରେ ଚାଲିଥିବା ସୀମା ବିବାଦର ସମାଧାନ ନିମନ୍ତେ ପ୍ରାୟ ୧୧ ସପ୍ତାହର ବ୍ୟବଧାନ ପରେ ଶୁକ୍ରବାର ଦିନ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ଆରମ୍ଭ ହେବ। ‘ଓ୍ଵାର୍କିଙ୍ଗ ମେକାନିଜମ ଫର କନସଲଟେସନ ଆଣ୍ଡ କୋଅର୍ଡିନେସନ ଅନ ବର୍ଡର ଆଫେୟାର୍ସ’ର ଏହି ଭର୍ଚ୍ୟୁଆଲ ବୈଠକରେ ଦୁଇ ଦେଶର କୂଟନୀତିଜ୍ଞମାନେ ଭାଗ ନେବେ। ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ନିୟୋଜିତ ସୈନ୍ୟ ଅପସାରଣ ସଂକ୍ରାନ୍ତର ସେମାନେ ଆଲୋଚନା କରିବାର ସମ୍ଭାବନା ଥିବା କୁହାଯାଉଛି। ସୂଚନା ଅନୁସାରେ, ଶୁକ୍ରବାର ଆଲୋଚନାରେ ସୈନ୍ୟ ଅପସାରଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ସେପ୍ଟେମ୍ବର ୩୦ ତାରିଖ ଦିନ ‘ଡବ୍ଲୁଏମସିସି’ର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ, ଏଥିରେ କୌଣସି ସଫଳତା ମିଳି ନ ଥିଲା। ସେପ୍ଟେମ୍ବର ୩୦ରୁ ଅଦ୍ୟାବଧି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ସାମରିକସ୍ତରୀୟ ଆଲୋଚନା ମଧ୍ୟ ସୈନ୍ୟ ଅପସାରଣ କରାଇବାରେ ଫଳପ୍ରଦ ହୋଇନାହିଁ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0