spot_img

ଗାଁ ର ନାଁ ରଙ୍ଗବତୀ

ସମ୍ବଲପୁର : ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା । ସମ୍ବଲପୁରର ବିଲଙ୍ଗ ଗାଁ । ଏ ନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଗାଁର ନାଁ ବଦଳି ହୋଇଛି ରଙ୍ଗବତୀ ବିଲଙ୍ଗ । ଏହି ଗାଁ ହେଉଛି ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌତିଆଁଙ୍କ ଗାଁ । ୧୯୭୫-୬୬ରେ ପ୍ରଥମେ ଆକାଶବାଣୀରେ ଏହି ଗୀତ ରେକର୍ଡ଼ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା । ସାରା ରାଜ୍ୟରେ ଲୋକପ୍ର୍ରିୟ ରଙ୍ଗବତୀ ଗୀତକୁ ଗାଇଥିଲେ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ । ପରେ ଏହି ଗୀତ ଦେଶ ବିଦେଶରେ ଲୋକପ୍ରିୟ ହାସଲ କରିଥିଲା । ଏପରିକି ୨୦୧୫ରେ କୋରିଆର କଳାକାରବି ରଙ୍ଗବତୀ ଗୀତର ତାଳରେ ନାଚିଥିଲେ । ଏହି ଗୀତ ଲାଗି ଗାୟକ ଜିତେନ୍ଦ୍ରିୟ ହରପାଲଙ୍କୁ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular