spot_img

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିର

କୋରାପୁଟ: ପୁଣି ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିର । ରାତି ଅଧିଆ ଓଡ଼ିଶା ସୀମାରେ ଥିବା ସମ୍ବାଇର ସୁନାବେଡ଼ା ନିକଟ ରାସ୍ତାରେ ଚାଲିଛି ରାସ୍ତାକାମ । ପିଚୁ ଢ଼ାଳି ରାସ୍ତା ନିର୍ମାଣ କରୁଥିବା କଥା ସହକାରୀ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଅର୍ଚ୍ଚନା ଦାଶ ସୂଚନା ଦେଇଛନ୍ତି । ତେବେ ଅର୍ଚ୍ଚନା କହିବାଅନୁଯାୟୀ ଉଭୟ ନିଜ ନିଜ ସୀମା ନିଦ୍ଧାରଣ କରିବା ପରେ ପୁଣି ଏକ ବୈଠକରେ ଚୂଡ଼ାନ୍ତ ସୀମା ନିର୍ଦ୍ଧାରଣ କରାଯିବା ନିମେନ୍ତ ବୁଝାବଣ ହୋଇଥିଲା । ତେବେ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ କିପରି ସମାଧାନ କରିହେବ ସେ ସଂକ୍ରାନ୍ତରେ ସଠିକ କୋରାପୁଟ ଜିଲ୍ଲାଧିକାରୀଙ୍କ ସହିତ ଆନ୍ଧ୍ରପ୍ରଦେଶର ଅଧିକାରୀ ଚର୍ଚ୍ଚ କରିଆସୁଛନ୍ତି । କିନ୍ତୁ ହଠାତ ଓଡ଼ିଶା ମଧ୍ୟରେ ଆନ୍ଧ୍ର ପ୍ରଦେଶ ରାସ୍ତା ନିର୍ମାଣ କରିବା ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ସେ ସଠିକ ତଦନ୍ତ କରିବା ସହ ଆନ୍ଧ୍ର ପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କ ସହ ଚର୍ଚ୍ଚା କରିବେ ବୋଲି ଅର୍ଚ୍ଚନା ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular