spot_img

ଆଗାମୀ ସଭାପତି ନିର୍ବାଚନ ସମ୍ପର୍କରେ କାଲି ହେବ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସୋନିଆଙ୍କ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ପରଲୋକ ପରେ କଂଗ୍ରେସ ଦଳରେ ଅଧିକ ବିବାଦ ସୃଷ୍ଟି ହେବାରେ ଲାଗିଛି । ଏହାକୁ ଦୂର କରିବା ଓ କୃଷକ ଆନ୍ଦୋଳନରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଆସନ୍ତାକାଲି ଶୀର୍ଷନେତାମାନଙ୍କର ବୈଠକ ଡ଼କାଯାଇଛି । ହି ବୈଠକରେ ଦଳର ଆଗାମୀ ସଭାପତି ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଦଳର ନେତୃତ୍ବ ପ୍ରସଙ୍ଗ ନେଇ ଯେଉଁ ନେତାମାନେ ଚିଠି ଲେଖି ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିଲେ ସେମାନଙ୍କୁ ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶଶି ଥରୁରଙ୍କୁ ବୈଠକରେ ଯୋଗ ଦେବାକୁ ସୋନିଆ ନିମନ୍ତ୍ରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular